Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ – ଆରଜେଡି ମହାମେଣ୍ଟ
ଆଜିର ଖବର

ବିହାର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ – ଆରଜେଡି ମହାମେଣ୍ଟ

March 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
seat announced for bihar
seat announced for bihar

ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତ୍ବତ୍ବାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ବୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, ଭିଆଇପି ଓ ସିପିଆଇ(ଏମଏଲ) ପାଇଁ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ। ପୂର୍ବରୁ ସିପିଆଇ(ଏମଏଲ) ମେଣ୍ଟରେ ନଥିଲା ଏବେ କିନ୍ତୁ ଆରଜେଡ଼ି ଗୋଟିଏ ଆସନ ତାକୁ ନିଜ ସିଟରୁ ଦେଇ ୨୦ରୁ ୧୯ ହୋଇଛି। ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ଦରଭଙ୍ଗା ସାଂସଦ କୀର୍ତ୍ତି ଆଜାଦ। ଯାହାକୁ ନେଇ କଂଗ୍ରେସ-ଆରଜେଡ଼ି ଉଭୟ ପ୍ରାର୍ଥୀ ଦେବେ ବୋଲି ଅଡ଼ି ବସିଥିଲେ ଏହାପରେ ଆରଜେଡ଼ିର ଦାବି ରହିଥିବା ଦେଖିବାକୁ ମିଳିଛି। ସେହିପରି ମଧେପୁରା ଆସନରୁ ପୂର୍ବତନ ଜେଡ଼ିୟୁ ଅଧ୍ୟକ୍ଷ ବର୍ତ୍ତମାନର ଆରଜେଡି ନେତା ଶରଦ ଯାଦବ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ କିନ୍ତୁ କଂଗ୍ରେସରୁ ଟିକଟ ନମିଳିବା ପରେ ସ୍ବାଧୀନ ଭାବେ ପପୁ ଯାଦବ ନାମାଙ୍କନ ଭରିଛନ୍ତି। ସେହିପରି ସୁପୋଲ ଆସନରେ ପପୁ ଯାଦବଙ୍କ ପତ୍ନୀ ଓ କଂଗ୍ରେସ ସାଂସଦ ରଞ୍ଜିତା ରଞ୍ଜନଙ୍କୁ ପ୍ରାର୍ଥୀକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ସାଂସଦ ହିଁ ଟିକେଟ ପାଇବେ ବୋଲି ଜଣାପଡ଼ିଛି। ପାଟଲିପୁତ୍ର ଆସନରୁ ତେଜସ୍ବୀ ଯାଦବଙ୍କ ଉଭଣୀ ମୀସା ଭାରତୀ, ଭାଗଲପୁରରୁ ବର୍ତ୍ତମାନର ସାଂସଦ ବୁଲୋ ମଣ୍ଡଳ, ବେଗୁସରାଇରୁ ତନଭୀର ହାସନ, ବିଜେପିର ଗିରିରାଜ ସିଂହ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ବିହାରରେ କଂଗ୍ରେସ ସୁପୋଲ୍‌ ପାଇଁ ରଂଜିତ୍‌ ରଂଜନ, ସମସ୍ତିପୁର ପାଇଁ ଅଶୋକ କୁମାର, ମୁଙ୍ଗେର ପାଇଁ ନୀଲମ୍‌ ଦେବୀ, ସାସାରାମ ପାଇଁ ମୀରା କୁମାରଙ୍କ ନାମ ଘୋଷଣା କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟମ୍ବର ୧୬ ତାରିଖ ମଙ୍ଗଳବାରରେ ଯାନ ଚାଳନାରେ ସାବଧାନ ରୁହନ୍ତୁ ଏହି ପାଞ୍ଚୋଟି ରାଶି

September 16, 2025

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025
Latest News

ରାଶିଫଳ: ସେପ୍ଟମ୍ବର ୧୬ ତାରିଖ ମଙ୍ଗଳବାରରେ ଯାନ ଚାଳନାରେ ସାବଧାନ ରୁହନ୍ତୁ ଏହି ପାଞ୍ଚୋଟି ରାଶି

September 16, 2025

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.