
ଭୁବନେଶ୍ବର: ଏଣିକି ଓଡିଆ ଭାଷାରେ ଆସିବ ଜେଇଇ ପ୍ରଶ୍ନପତ୍ର । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡିଆରେ ମଧ୍ୟ ଉପଲବ୍ଧ ହେବ। ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ସହମତି ପ୍ରକାଶ କରିଥିବା ନେଇ ସିଏମଓ ଓଡିଶା ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
Tags: ଜେଇଇ