ନୂଆଦିଲ୍ଲୀ : ମଡେଲ୍ ମାନେ ଦେଖିବାକୁ ବହୁତ ହ୍ୟାଣ୍ଡସମ୍ ହୋଇଥା’ନ୍ତି କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ‘ହ୍ୟାଣ୍ଡସମ୍ ମ୍ୟାଥ୍ ଟିଚର୍’ । ଅନେକ ସମୟରେ ଫ୍ୟାଶନ ମଡେଲ ଙ୍କ ପାଇଁ କୁହାଯାଏ ଯେ, ସେମାନେ ଶିକ୍ଷିତ କିମ୍ବା ଇଂଟେଲିଜେଣ୍ଟ ହୋଇନଥାନ୍ତି । ହେଲେ ଏହାକୁ ଭଙ୍ଗ କରିବା କାମ କରିଛନ୍ତି, ହ୍ୟାଣ୍ଡସମ ମ୍ୟାଥଓ ଟିଚର । ଯିଏ ଗତ କିଛି ଦିନରେ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ଦୁନିଆର ସବୁଠୁ ହ୍ୟାଣ୍ଡସମ୍ ମ୍ୟାଥ ଟିଚର ନାମରେ ଜାଣୁଛନ୍ତି । 32 ବର୍ଷୀୟ ପିଏତ୍ରୋ ବୋସେଲୀ ମଡେଲ୍ ହେବା ସହ ପିଲାଙ୍କୁ ପାଠ ପଢାଉଛନ୍ତି । ସେ ଇଣ୍ଟରନେଟ୍ରେ ମ୍ୟାଥ୍ମେଟିକାଲ୍ ମଡେଲ୍ ନାମରେ ପରିଚିତ ହୋଇଛନ୍ତି ।
2016 ମସିହାରେ ଅଚାନକ ସେ ଇଣ୍ଟରନେଟ୍ର ସେନସେସନ୍ ହୋଇଥିଲେ । ତାଙ୍କର ଜଣେ ଛାତ୍ର ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବେଶ୍ଭାଇରାଲ୍ ହୋଇଥିଲା । ଏହାପରେ ମଡେଲିଂ ଦୁନିଆରେ ତାଙ୍କର ଚାହିଦା ବଢିଯାଇଥିଲା । ବହୁ ବଡ ବଡ ମ୍ୟାଗାଜିନ୍ରେ ତାଙ୍କ ଫଟୋ ଆସିସାରିଛି । ସେ 15 ବର୍ଷ ଧରି ମ୍ୟାଥ୍ ଓ ଫିଜିକ୍ସରେ ଗଭୀର ରୁଚି ରଖିଛନ୍ତି । ଏହାପରେ ମେକାନିକାଲ୍ ଇଂଜିନିଅରିଂରେ ମଧ୍ୟ ପିଏଚ୍ଡି କରିବା ସହିତ ଛାତ୍ରକୁ ଗଣିତ ପଢାଉଛନ୍ତି ।