ଭୁବନେଶ୍ବର, କମିଶନରେଟ ପୋଲିସ ଆଜି ରାଜଧାନୀର ବିଭିନ୍ନ ସାଧାରଣ ସ୍ଥାନରେ ପଡିରହିଥିବା ପରିତ୍ୟେକ୍ତ ଗାଡିକୁ ହଠାଇବା ଅଭିଯାନ ଆରମ୍ଭ କରିଛି। ଆଜି କଳ୍ପନା ଛକରୁ ଷ୍ଟେସନ ରୋଡରେ ଥିବା ଏହି ପୁରୁଣା ଗାଡିକୁ ହଟାଇଛି। ପ୍ରଥମ ପର୍ଯ୍ୟାୟରେ ପୋଲିସ 6ଟି ଗାଡି ରାସ୍ତାରୁ ହଟାଇ ଯାଇଛି। କେତେକ ସ୍ଥାନରେ ଗାଡିର ମାଲିକ କିଏ ଜାଣିବା ପରେ ପୋଲିସ ତାଙ୍କୁ ରାସ୍ତାରୁ ଗାଡି ହଟାଇବା ପାଇଁ ଅନୁରୋଧ କରିଛନ୍ତି। ଗାଡି ହଟାଇଭା ପାଇଁ ସେମାନେ କିଛି ଦିନ ସମୟ ନେଇଥିବାର ଜଣାପଡିଛି।
ଗାଡିର ଅବସ୍ଥା ଖରାପ ହୋଇଗଲେ କିମ୍ବା ଆଉ ଚାଲିବାର ସମ୍ଭାବନା ନ ଥିଲେ ସେସବୁକୁ ବର୍ତ୍ତମାନ ଅନେକ ଲୋକ ସାଧାରଣ ସ୍ଥାନରେ ଛାଡି ଦେଉଛନ୍ତି। ଏହା ଦ୍ବାରା ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି କଳ୍ପନା ଛକରୁ ଷ୍ଟେସନ ରୋଡରେ ଏହି ଜାମ ପରିଲକ୍ଷିତ ହେଉଛି। ଫଳରେ ପୋଲିସ ତରଫରୁ ଏହିପରି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।