ଭୁବନେଶ୍ଵର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଥିବାବେଳେ ଭର୍ଚୁଆଲ୍ରେ ଉପସ୍ଥିତ ରହିଛନ୍ତି ନବୀନ ପଟ୍ଟନାୟକ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହାପରେ ସଦସ୍ୟମାନଙ୍କର ମତାମତ ଲୋଡ଼ାଯିବ। ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି ବୃଦ୍ଧି, ମହାନଦୀର ପାଣିପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଲୋଚନା ହେବାର ସମ୍ଭାବନା ରହିଛି। ବିଜେଡିର ନୂଆ ଟିମ୍ ଗଠନ ହେବା ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସୁଛି।