ତାମିଲନାଡୁ : ରାସନ କାର୍ଡଧାରୀଙ୍କୁ 2500ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ରାସନ କାର୍ଡଧାରୀଙ୍କୁ ଚାଉଳ ସହିତ ଏକ କିଲୋ ଚିନି ଓ ଆଖୁ ବି ମାଗଣାରେ ଦିଆଯିବ । ଆସନ୍ତା ଜାନୁଆରୀ 4 ତାରିଖରୁ ଏହା ଦିଆଯିବା ନେଇ ସୂଚନା ରହିଛି । ତେବେ ଏହା ତାମିଲନାଡୁରେ ଦିଆଯିବ ।
ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍ଦାର୍ ଚାଲିଛି। ତାମିଲନାଡୁରେ 2021 ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନିର୍ବାଚନମଣ୍ଡଳୀ ଇଡାପଡ୍ଡୀରୁ ପ୍ରଚାର ଆରମ୍ଭ କରିଥିଲେ। ପ୍ରଚାର ସମୟରେ ସେ ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ରାସନ ଚାଉଳ କାର୍ଡଧାରୀଙ୍କୁ 2500ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି। 2.06 କୋଟି ରାସନ ଚାଉଳ କାର୍ଡଧାରୀଙ୍କୁ ଏହି ସମସ୍ତ ସୁବିଧା ମିଳିବ । ପୋଙ୍ଗଲ୍ ପର୍ବକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ଘଷାଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିରୋଧୀ ନେତା ଏମ୍କେ ଷ୍ଟାଲିନ୍। ଲୋକେ ଅସୁବିଧାରେ ରହିଥିବାବେଳେ କୌଣସି ପ୍ରକାରର ସହାୟତା ଦିଆଯାଇନଥିଲା, କିନ୍ତୁ ନିର୍ବାଚନ ପାଖେଇ ଆସିବାରୁ ମୁଖ୍ୟମନ୍ତ୍ରୀ 2500ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
ଏଆଇଡିଏମ୍କେ ସରକାର 2014 ମସିହାରେ ଏକ କିଲୋ ଚାଉଳ, ଏକ କିଲୋ ଚିନି ସହିତ 100ଟଙ୍କା ଲେଖାଏଁ ଦେବା ଆରମ୍ଭ କରାଯାଇଥିଲା । 2018 ମସିହାରେ ଏହି ରାଶିକୁ ବଢାଇ ଏକ ହଜାର ଟଙ୍କାର କରାଯାଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ 2500ଟଙ୍କାକୁ ବୃଦ୍ଧି କରିଛନ୍ତି । (ଏଜେନ୍ସି)