ଦୁର୍ବଳ ଅମ୍ପାୟାରିଂକୁ ନେଇ କୋହଲିଙ୍କ ପ୍ରତିକ୍ରିୟା : ଏହା କ୍ଲବ୍‌ କ୍ରିକେଟ୍‌ ନୁହେଁ

Published: Mar 29, 2019, 5:33 pm IST
KOHLI SHOWS DISAPPOINTMENT OVER POOR UMPIRING

ଅମ୍ପାୟାରଙ୍କ ଖାମଖିଆଲ୍ ଗୁଣ ଯୋଗୁଁ କୋହଲି ରାଗିଯାଇ କହିଥିଲେ ଯେ ଆମେ ଆଇପିଏଲ୍ ଖେଳୁଛୁ କୌଣସି କ୍ଲବ୍ କ୍ରିକେଟ୍ ଖେଳୁନାହୁଁ। ମାଲିଙ୍ଗା ବୋଲିଂ କରିଥିବା ଶେଷ ବଲ୍‌ଟି ନୋ ବଲ୍‌ ଥିଲେ ମଧ୍ୟ ଏହା ମ୍ୟାଚ୍‌ ପରେ ରିପ୍ଲେରୁ ଜଣାପଡିଥିଲା। ଶେଷ ବଲରେ ଯାହା ହେଲା ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଅମ୍ପାୟାର୍ ଖେଳ ସମୟରେ ଆଖି ଖୋଲା ରଖନ୍ତୁ ବୋଲି କହିଛନ୍ତି ଆରସିବି ଅଧିନାୟକ କୋହଲି। ଅନ୍ୟପକ୍ଷରେ ମୁ୍ମ୍ବାଇ ଅଧିନାୟକ ରୋହିତ୍ ଶର୍ମାଙ୍କ କହିବାନୁସାରେ ବୁମରାହଙ୍କ ଗୋଟିଏ ବଲ୍ ଯାହାକୁ ଅମ୍ପାୟାର୍ ଓ୍ବାଇଡ୍‌ ଦେଇଥିଲେ ତାହା ଓ୍ବାଇଡ୍‌ ନଥିଲା। ଯଦି ଏହାକୁ ଅମ୍ପାୟାର ନୋ ବଲ୍ ଘୋଷଣା କରିଥାନ୍ତେ ତେବେ ନା କେବଳ ଏକ ଏକ୍ସଟ୍ରା ରନ୍ ବରଂ ଏକ ବଲ୍ ଏବଂ ଫ୍ରି ହିଟ୍ ମଧ୍ୟ ମିଳିଥାନ୍ତା। ଏଭଳି ସ୍ଥିତିରେ ମ୍ୟାଚର ଫଳାଫଳ ଭିନ୍ନ ହାେଇଥାନ୍ତା। ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚର ଶେଷ ବଲ୍‌ରେ ବିରାଟ ବାହିନୀକୁ ଅନ୍ତିମ ବଲରେ ୭ ରନର ଆବଶ୍ୟକ ଥିଲା। କିନ୍ତୁ୍ ନୋ ବଲ୍ ହେବା ସତ୍ତ୍ବେ ଏହାକୁ ବଲ୍ ଘୋଷଣା କରାଯାଇଥିଲା ଯେଉଁଥିରେ ବାଙ୍ଗାଲୋର ଟିମ୍ ୬ ରନରେ ପରାସ୍ତ ହେଲା। ଅନ୍ତିମ ବଲ୍‌ରେ ମୁମ୍ବାଇର ଫାଷ୍ଟ ବୋଲର୍ ଲସିଥ୍ ମଲିଙ୍ଗାଙ୍କ ସାମ୍ନାରେ ଥିଲେ ଶିବମ୍ ଦୁବେ।

Related posts