Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଗୁଆରେ ମୋବାଇଲ୍ ସଂଯୋଗ ନାହିଁ: ଗଛ ଉପରେ ବସି ପିଲାଏ ପଢୁଛନ୍ତି ପାଠ
ଆଜିର ଖବର

ଗୋଗୁଆରେ ମୋବାଇଲ୍ ସଂଯୋଗ ନାହିଁ: ଗଛ ଉପରେ ବସି ପିଲାଏ ପଢୁଛନ୍ତି ପାଠ

December 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: କେନ୍ଦ୍ରସରକାର ପ୍ରତ୍ୟେକ ଗାଁ କୁ ଡିଜିଟାଲ୍ ଇଣ୍ଡିଆରେ ପରିଣତ କରିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ହେଲେ ଏବେବି ବହୁ ଗାଁ ରେ ମୋବାଇଲ୍ ନେଟ୍‌ୱାର୍କ ଆସୁ ନ ଥିବାରୁ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ବ୍ଲକ୍‌ର କେବଳ କିସିଣ୍ଡା ପଂଚାୟତରେ ୩୧ଟି ଗାଁ ଓ ନାକ୍ଟିଦେଉଳ ପଂଚାୟତରେ ୨୦ଟି ଗାଁ ରେ ନେଟ୍ ସଂଯୋଗ ନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ହେଲେ ନାକ୍ଟିଦେଉଳ ବ୍ଲକ୍‌ର ଅନ୍ୟ ୧୨ ଟି ପଂଚାୟତର ବହୁ ଗାଁରେ ଏବେ ବି ଲୋକମାନେ ମୋବାଇଲରେ କଥାବାର୍ତ୍ତା କରିପାରୁ ନାହାନ୍ତି।

ଠିକ୍ ସେମିତି ଏକ ଗାଁ ହେଲା ନାକ୍ଟିଦେଉଳ ବ୍ଲକର ନବଗଠିତ ଗୋଗୁଆ ଗ୍ରାମପଂଚାୟତର ଗୋଗୁଆ ଗାଁ ଓ ଡଇଁଚା ଗ୍ରାମପଂଚାୟତର, ରୁକୁଣୀପୁର, ଢୁଙ୍କଛାଲି, ଗୋପାଳପୁର ଏବଂ ଘୋଷରାମାଳ ପଂଚାୟତର ଲାଣ୍ଡିମାଳ, ରାଇଲ, କମଳାନାଳି ଗ୍ରାମ। ଏହି ଗାଁ ଗୁଡିକର ଲୋକମାନେ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଗଛ ଉପରକୁ ଚଢି ମୋବାଇଲରେ କଥାବାର୍ତ୍ତା କରୁଛନ୍ତି ତ ପାଠ ପଢୁଛନ୍ତି ଆଉ କେଉଁଠି ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଚଢି ମୋବାଇଲରେ ପାଠ ପଢୁଛନ୍ତି।

ମୋଦି ସରକାରଙ୍କ ଡିଜିଟାଲ ଇଣ୍ଡିଆ ଗାଁ ମାନଙ୍କରେ କେବେ କାର୍ଯ୍ୟକାରୀ ହେବ ଚାହିଁ ବସିଛନ୍ତି ସେମାନେ। କେବେ ଆସିବ ସେ ସୁଦିନ ସେଇ ଅପେକ୍ଷାରେ ଏଇ ଛାତ୍ରଛାତ୍ରୀମାନେ। ସରକାରୀ ଅଧିକାରୀରଙ୍କ ଭୁଲ୍ ତଥ୍ୟ ପ୍ରଦାନ ଯୋଗୁଁ ନାକ୍ଟିଦେଉଳ ବ୍ଲକ୍ ର ବହୁ ଗାଁ ଏହି ସେବା ପାଇବାରୁ ବଂଚିତ ହୋଇଛନ୍ତି। ଏଇ ନିକଟରେ ଆମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ଗୋଗୁଆ ଗ୍ରାମର ଜନୈକ କଲେଜ ଛାତ୍ର ଗଛ ଉପରକୁ ଚଢି ପାଠ ପଢୁଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ କରିଥିଲେ। ପିଲାଟିକୁ ପଚାରିବାରୁ ସେ କହିଲା-କଣ କରିବି ସାର୍ ଗାଁ ରେ ତ ନେଟ୍‌ୱାର୍କ ନାହିଁ।

ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କ ସମୟରେ କହିଥିଲେ ଯେ ବୁଡି ଲୋକମାନଙ୍କ ପାଇଁ ଆଦର୍ଶ ଗ୍ରାମ ଭାବରେ ପରିଣତ କରି ସୁଖ ଶାନ୍ତିରେ ଭରିଦେବା। ରେଙ୍ଗାଳି ବାସଚ୍ୟୁତ ଗୋଗୁଆ ଗ୍ରାମ ଯଦିଓ ଗ୍ରାମପଂଚାୟତର ମାନ୍ୟତା ପାଇଛି ତଥାପି ପଂଚାୟତ ହିସାବରେ ଯେତିକି ସୁବିଧା ମିଳିବା କଥା ତାହା ଏ ପର୍ଯ୍ୟନ୍ତ ମିଳିପାରିଲା ନାହିଁ।

୧୯୮୪ ରେ ଏହି ଗାଁ ରେଢାଖୋଲ ନିକଟସ୍ଥ ଖୋଲଗଡ ସଂରକ୍ଷିତ ଜଂଗଲରେ ୨୦୦ ପରିବାରକୁ ନେଇ ବସତି ସ୍ଥାପନ କଲା। ବାସଚ୍ୟୁତ ପରେ ପରେ ଯେତିକି ସୁବିଧା ସୁଯୋଗ ମିଳିବା କଥା ତାହା ମଧ୍ୟ ମିଳିପାରିଲା ନାହିଁ। ବର୍ତ୍ତମାନ ଗାଁ ରେ ୨୫୦ ପରିବାର ମଧ୍ୟରୁ ୯୦୦ ଲୋକମାନଂକ ପାଖରେ ମୋବାଇଲ୍ ଉପଲବ୍ଧ ଥିବା ବେଳେ ମୋବାଇଲ୍ ନେଟଓାର୍କ ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଗଛ ଉପରକୁ ଚଢି ମୋବାଇଲରେ କଥାବାର୍ତ୍ତ କରୁଛନ୍ତି। ଗୋଗୁଆ ଗ୍ରାମରେ ମୋବାଇଲ୍ ସଂଯୋଗ କିପରି ହୋଇପାରିବ ସମ୍ବଲପୁର ଜିଲ୍ଲାପାଳ ଶୀଘ୍ର ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ଡିଜିଟାଲ୍ ଇଣ୍ଡିଆ ମୋବାଇଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.