ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀ ନିଜ ବିରୋଧରେ ଚାଲିଥିବା ତଥା ରହିଥିବା ଅପରାଧୀକ ମାମଲାର ପୃଷ୍ଠଭୂମି ଉପରେ ସୂଚନା ଦେବେ ବୋଲି ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାରୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଜଷ୍ଟିସ୍ ଆର ଏଫ ନରୀମନ ଏବଂ ଜଷ୍ଟିସ୍ ବିନୀତ ସରନଙ୍କ ଖଣ୍ଡପୀଠ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଯାଚିକା ଉପରେ ଶୁଣାଣୀ କରିବା ସମୟରେ କେନ୍ଦ୍ର ଓ ଇସିଙ୍କୁ ଜବାବ ମାଗିଛନ୍ତି କୋର୍ଟ । ଏକ ଜନହିତ ଯାଚିକାରେ ଶୁଣାଣୀ କରିବା ସମୟରେ ସୁପ୍ରିମକୋର୍ଟ ଗତବର୍ଷ କହିଥିଲେ କି, ସମସ୍ତ ପ୍ରତ୍ୟାଶୀ ନିର୍ବାଚନ ଲଢିବା ପୂର୍ବରୁ ଆୟୋଗ ସମକ୍ଷରେ ନିଜର ଅପରାଧୀକ ପୃଷ୍ଠଭୂମି ଘୋଷଣା କରିବାକୁ ପଡିବ ଏବଂ ପ୍ରତ୍ୟାଶୀମାନେ ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ଏ ବିଷୟରେ ପ୍ରଚାର ପ୍ରସାର କରିବେ । ଯାହା ଫଳରେ ମତଦାତାମାନେ ସେମାନଙ୍କ ବିଷୟରେ ଜାଣି ପାରିବେ । ଗତ ବର୍ଷ ଅକ୍ଟୋବର ୧୦ରେ ଫର୍ମ ୨୬ର ସଂଶୋଧନ କରି ନିର୍ବାଚନ ଆୟୋଗ ଏକ ଅଧୀସୂଚନା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ରାଜନୈତିକ ଦଳମାନେ ନିଜର ଅପରାଧିକ ମାମଲାରେ ପ୍ରକାଶ କରିବେ । ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନିଜ ସମ୍ପର୍କିତ ଅପରାଧୀକ ମାମଲାର ଘୋଷଣା କରିନାହାନ୍ତି କିମ୍ବା ଏଥିନିମେନ୍ତ ଘୋଷଣା କରିବାର କୌଣସି ସମୟ ସୀମା ରଖାଯାଇନାହିଁ ।
ଅପରାଧିକ ପୃଷ୍ଠଭୂମି ଘୋଷଣା ନ ହେବା ଉପରେ ଖପ୍ପା ସୁପ୍ରିମ୍କୋର୍ଟ : ଇସି ଓ କେନ୍ଦ୍ରକୁ ନୋଟିସ
Published:
Mar 29, 2019, 5:39 pm IST
Tags: