Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରାଧିକ ପୃଷ୍ଠଭୂମି ଘୋଷଣା ନ ହେବା ଉପରେ ଖପ୍ପା ସୁପ୍ରିମ୍‌କୋର୍ଟ : ଇସି ଓ କେନ୍ଦ୍ରକୁ ନୋଟିସ
ଆଜିର ଖବର

ଅପରାଧିକ ପୃଷ୍ଠଭୂମି ଘୋଷଣା ନ ହେବା ଉପରେ ଖପ୍ପା ସୁପ୍ରିମ୍‌କୋର୍ଟ : ଇସି ଓ କେନ୍ଦ୍ରକୁ ନୋଟିସ

March 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
SC issues notice to Modi govt & EC on contempt plea for alleged violation of its judgment
SC issues notice to Modi govt & EC on contempt plea for alleged violation of its judgment

ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀ ନିଜ ବିରୋଧରେ ଚାଲିଥିବା ତଥା ରହିଥିବା ଅପରାଧୀକ ମାମଲାର ପୃଷ୍ଠଭୂମି ଉପରେ ସୂଚନା ଦେବେ ବୋଲି  ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।  ଏହି ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାରୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।  ଜଷ୍ଟିସ୍ ଆର ଏଫ ନରୀମନ ଏବଂ ଜଷ୍ଟିସ୍ ବିନୀତ ସରନଙ୍କ ଖଣ୍ଡପୀଠ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଯାଚିକା ଉପରେ ଶୁଣାଣୀ କରିବା ସମୟରେ   କେନ୍ଦ୍ର ଓ ଇସିଙ୍କୁ  ଜବାବ ମାଗିଛନ୍ତି  କୋର୍ଟ । ଏକ ଜନହିତ ଯାଚିକାରେ ଶୁଣାଣୀ କରିବା ସମୟରେ ସୁପ୍ରିମକୋର୍ଟ ଗତବର୍ଷ କହିଥିଲେ କି, ସମସ୍ତ ପ୍ରତ୍ୟାଶୀ ନିର୍ବାଚନ ଲଢିବା ପୂର୍ବରୁ ଆୟୋଗ ସମକ୍ଷରେ ନିଜର ଅପରାଧୀକ ପୃଷ୍ଠଭୂମି ଘୋଷଣା କରିବାକୁ ପଡିବ ଏବଂ ପ୍ରତ୍ୟାଶୀମାନେ ଖବରକାଗଜ ଓ ଟେଲିଭିଜନ  ମାଧ୍ୟମରେ ଏ ବିଷୟରେ ପ୍ରଚାର ପ୍ରସାର କରିବେ । ଯାହା ଫଳରେ ମତଦାତାମାନେ ସେମାନଙ୍କ ବିଷୟରେ ଜାଣି ପାରିବେ ।  ଗତ ବର୍ଷ ଅକ୍ଟୋବର ୧୦ରେ ଫର୍ମ ୨୬ର ସଂଶୋଧନ କରି ନିର୍ବାଚନ ଆୟୋଗ ଏକ ଅଧୀସୂଚନା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ରାଜନୈତିକ ଦଳମାନେ ନିଜର ଅପରାଧିକ ମାମଲାରେ ପ୍ରକାଶ କରିବେ । ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନିଜ ସମ୍ପର୍କିତ ଅପରାଧୀକ ମାମଲାର ଘୋଷଣା କରିନାହାନ୍ତି କିମ୍ବା ଏଥିନିମେନ୍ତ ଘୋଷଣା କରିବାର କୌଣସି ସମୟ ସୀମା ରଖାଯାଇନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026
Latest News

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.