ଭୁବନେଶ୍ବରରେ : ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫୁଲବାଣୀ ରାଜ୍ୟର ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏସେହିପରି ଦାରିଙ୍ଗବାଡ଼ିରେ 5.5 ଡିଗ୍ରୀ, ଅନୁଗୁଳରେ 6 ଡିଗ୍ରୀ, କୋରାପୁଟରେ 6.6 ଡିଗ୍ରୀ, ଝାରସୁଗୁଡ଼ାରେ 7.5 ଡିଗ୍ରୀ, ଭବାନୀପାଟଣାରେ 7.2 ଡିଗ୍ରୀ, ବାରିପଦାରେ 8.5 ଡିଗ୍ରୀ, ବଲାଙ୍ଗିରରେ 8.8 ଡିଗ୍ରୀ, ଟିଟଲାଗଡ଼ରେ 9 ଡିଗ୍ରୀ, ସୋନପୁରରେ 9.2 ଡିଗ୍ରୀ, କେନ୍ଦୁଝରରେ 9.3 ଡିଗ୍ରୀ ଓ ବୌଦ୍ଧରେ 9.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କଟକରେ 10.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 11.7 ଡିଗ୍ରୀ ରେକର୍ଡ ହୋଇଛି।