ମୁମ୍ବାଇ : କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ପୋଲିସ୍ ଗିରଫ କରିଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନା ଏହାକୁ ଉଲ୍ଳଂଘନ କରି ଏକ କ୍ଲବ୍ରେ ନାଚଗୀତରେ ସାମିଲ୍ ରହିଥିଲେ । ରୈନାଙ୍କ ବ୍ୟତୀତ ଗୁରୁ ରନ୍ଧଓ୍ବା, ସୁଜେନ୍ ଖାନ୍ ପ୍ରମୁଖଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରୈନାଙ୍କ ସମେତ 34 ଜଣ ସେଲିବ୍ରିଟି ଏକ କ୍ଲବ୍ରେ ନାଚଗୀତରେ ମାତିଥିଲେ। ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା ଡ୍ରାଗନ ଫ୍ଲାଏ କ୍ଲବ୍ରେ ସ୍ଥାନୀୟ ସହର ପୋଲିସ ଷ୍ଟେଶନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଧାରା 188 ଅନୁସାରେ ଗିରଫ କରାଯାଇ ଥିଲା। ଅବଶ୍ୟ ରୈନା, ଗୁରୁ ରନ୍ଧଓ୍ବାଙ୍କୁ ପୋଲିସ୍ ନୋଟିସ୍ ଦେଇ ଛାଡି ଦେଇଛି ।