ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଆଗ୍ରାଠାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଯମୁନା ଏକ୍ସପ୍ରେସ୍ ଓ୍ବରେ ଏକ କଣ୍ଟେନର ସହ କାର୍ ଧକ୍କା ହେବା ଫଳରେ ଏହି କାର୍ରେ ଥିବା 5 ଜଣ ଯାତ୍ରୀ ଜୀଅନ୍ତା ଜଳିଯାଇଛନ୍ତି । ଧକ୍କା ଖାଇବା ପରେ କାରରେ ତତକ୍ଷଣାତ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ରୂପ ନେଇଥିଲାଯେ ସେଥିରେ ଥିବା ସମସ୍ତ ଯାତ୍ରୀ ଜଳି ଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାଯାଇଛି । ଯମୁନା ଏକ୍ସପ୍ରେସ ୱେର ଖଣ୍ଡଲି ଅଞ୍ଚଳରେ ହିଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।