Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ସକ୍ରିୟ ମାମଲା 3 ଲକ୍ଷରୁ କମ୍: 163 ଦିନରେ ସର୍ବନିମ୍ନ
ଆଜିର ଖବର

ଭାରତର ସକ୍ରିୟ ମାମଲା 3 ଲକ୍ଷରୁ କମ୍: 163 ଦିନରେ ସର୍ବନିମ୍ନ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭାରତର ସକ୍ରିୟ ମାମଲା ଆଜି 3 ଲକ୍ଷ (2,92,518) ତଳକୁ ଖସି ଆସିଛି। ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର 3% କମ 2.90% କୁ ହ୍ରାସ ପାଇଛି। 163 ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି। 12 ଜୁଲାଇ, 2020 ରେ ମୋଟ ସକ୍ରିୟ ମାମଲା 2,92,258 ଥିଲା।

ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ 11,121 ମାମଲା ହ୍ରାସ ପାଇଥିବା  ରେକର୍ଡ କରାଯାଇଛି।

ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଲଖୁଣ୍ଟ ହାସଲ କରିଛି। 173 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 20,000 ରୁ କମ ଦୈନିକ ନୂତନ ମାମଲା (19,556) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି। ଏଥିପୂର୍ବରୁ ଜୁଲାଇ 2, 2020 ରେ ଦୈନିକ ମାମଲା ସଂଖ୍ୟା 19,148 ଥିଲା।

ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା 219 ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି। ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ।

ସମୁଦାୟ ସୁସ୍ଥ ମାମଲା 96 ଲକ୍ଷ (96,36,487) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ 95.65 ପ୍ରତିଶତରେ ପହଞ୍ଚାଇଛି। ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ 93,43,969 ରେ ସ୍ଥିର ହୋଇ ରହିଛି।

ଗତ 24 ଘଣ୍ଟା ମଧ୍ୟରେ 30,376 ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ଗତ 25 ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି।

ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି।

ନୂତନ ଆରୋଗ୍ୟ ମାମଲାର 75.31% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି।

ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ 6,053 ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି। ଏହାରି ପଛକୁ 4,494 ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି। ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ 2,342 ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି।

ନୂତନ ମାମଲାଗୁଡ଼ିକ ମଧ୍ୟରୁ 75.69 ପ୍ରତିଶତ 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 3,423 ସଂଖ୍ୟା ଥିବା କେରଳ ଦର୍ଶାଇଛି । ସେହିପରି ମହାରାଷ୍ଟ୍ର 2,834 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ 1,515 ଟି ନୂଆ ମାମଲା ଆସିଛି।

ଗତ 24 ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ 76.74 ପ୍ରତିଶତ ଅର୍ଥାତ 301 ସଂଖ୍ୟକ ମୃତ୍ୟୁ ମାମଲା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି।

ଦୈନିକ ମୃତ୍ୟୁ ମାମଲାର 18.27% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ। ଅର୍ଥାତ ଏଠାରେ 55 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ 41 ଏବଂ 27 ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି।

କରୋନା ଅପଡେଟ ଭାରତ ସକ୍ରିୟ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Latest News

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.