Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ବାମଦଳ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ
ଆଜିର ଖବର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ବାମଦଳ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ

December 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଏବେ ଜାତୀୟ ରାଜନୀତି ପୂରା ଉଷ୍ମ । 2021 ମସିହାରେ 5ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ପଶ୍ଚିମବଙ୍ଗ ରାଜନୀତିକୁ ନେଇ କେନ୍ଦ୍ର କ୍ଷମତାଧାରୀ ବିଜେପି ଓ  ରାଜ୍ୟକ୍ଷମତାସୀନ ଟିଏମ୍‌ସି ମଧ୍ୟରେ କଡ୍ଡା ଟକ୍କର ଲାଗିଛି । 2021 ପ୍ରାରମ୍ଭରେ ପଶ୍ଚିମବଙ୍ଗ ନିର୍ବାଚନୀ ଅନୁଷ୍ଠିତ ହେବ । ଏଥିପାଇଁ ସବୁ ଦଳ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମଦଳ ପୁଣିଥରେ ଏକାଠି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ପୂର୍ବରୁ ବାମଦଳ ଏନେଇ ସବୁଜ ସଂକେତ ଦେଇଥିବାବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି । ଆସନ୍ତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମଦଳମେଣ୍ଟକୁ ହାଇକମିଶନ ମୋହର ଲଗାଇଥିବାର ସୂଚନା ଦେଇଛନ୍ତି ସାଂସଦ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ । 2016 ନିର୍ବାଚନ ପରି ଆସନ୍ତା ନିର୍ବାଚନରେ ମଧ୍ୟ କଂଗ୍ରେସ ଓ ବାମ ଦଳ ମିଶିକର ବିଜେପି ଓ ମମତାଙ୍କ ସହ ଲଢିବେ ।

ସୂଚନାଯୋଗ୍ୟ, 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ 2016 ମସିହାରେ କଂଗ୍ରେସ ଓ ବାମ ଦଳ ଏକାଠିନିର୍ବାଚନ ଲଢିଥିଲେ । କଂଗ୍ରେସ ଦ୍ବିତୀୟ ବଡ ଦଳ ଭାବେ ଉଭା ହୋଇଥିଲା । କଂଗ୍ରେସକୁ 44ଟି ଆସନ ମିଳିଥିବାବେଳେ ସିପିଏମ୍‌କୁ 26 ମିଳିଥିଲା । ବିଜେପି ମାତ୍ର 3ଟି ଆସନ ଜିତିପାରିଥିଲା । (ଏଜେନ୍ସି)

westbengal election
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.