କଟକ : କଟକ ଏସ୍ସିବି ମେଡିକାଲର ଟେଲି ମେଡିସିନ୍ ବିଭାଗରେ ଅଗ୍ନିକାଣ୍ଡ ହୋଇଥିବାର ସୂଚନା ମିଳିଛି । ସର୍ଭର ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ବିଭାଗୀୟ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।