ଭୁବନେଶ୍ବର : ଉତ୍ତର ଓଡିଶାରେ ଭୂକମ୍ପର ଝଟକା ଅନୂଭୁତ ହୋଇଛି । ଉତ୍ତର ଓଡିଶାର କିଛି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୂଭୁତ ହୋଇଛି । ମଧ୍ୟାହ୍ନ 2ଟା 10 ମିନିଟରେ ଏହି ଭୂକମ୍ପ୍ର ଝଟ୍କା ଅନୁଭୂତ ହୋଇଛି ।ଭୂମିକମ୍ପର ପ୍ରଭାବ ବାଲେଶ୍ୱର, ଭଦ୍ରକ , ମୟୁରଭଞ୍ଜ , କେନ୍ଦୁଝର ଏବଂ ଉଦଳା ଅଞ୍ଚଳରେ ପଡିଛି । ସ୍ଥନୀୟ ଲୋକେ ଭୟଭୀତ ହୋଇପଡିବା ସହ ଘର ବାହାରକୁ ସମସ୍ତେ ଚାଲି ଆସିଥିଲେ । ତେବେ ଏହାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡିନଥିବାବେଳେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।