ଫିକା ପଡିଲା ସଞ୍ଜୁ ସାମସନ୍‌ଙ୍କ ଶତକ: 5 ଓ୍ବିକେଟ୍‌ରେ ଜିତିଲା ହାଇଦ୍ରାବାଦ

Published: Mar 30, 2019, 12:25 pm IST
sunrisers hyderabad won

ଆଇପିଏ୍‌ଲ୍‌ରେ ଚଳିତ ସିଜିନ୍‌ର ପ୍ରଥମ ଶତକ ଫିକା ପଡିଛି। ରାଜସ୍ଥାନ ରୟାଲ୍‌ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍‌ଠିତ ଏହି ମୁକାବିଲାରେ ସନ୍‌ରାଇଜର୍ସ ରୟାଲ୍ସକୁ 5 ଓ୍ବିକେଟ୍‌ରେ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମ୍‌ସନ୍‌ (102, 55 ବଲ୍‌) ଚଳିତ ଆଇପିଏଲ୍‌ର ପ୍ରଥମ ଶତକ ହାସଲ କରିଥିଲେ ମଧ୍ୟ ଓ୍ବାର୍ଣ୍ଣରଙ୍କ ଅର୍ଦ୍ଧଶତକ ସାମ୍ନାରେ ଫିକା ପଡିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଏହାର ସଫଳତମ ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କୁ ମାତ୍ର 15 ରନ୍‌ରେ ହରାଇଥିଲା। ବଟ୍‌ଲର ମାତ୍ର 5 ରନ୍‌ କରି ରସିିଦ୍‌ ଖାନ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍‌ଡ ହୋଇଥିଲେ। ଏହାପରେ ଅଧିନାୟକ ରାହଣେଙ୍କ ସହିତ ଯୋଗ ଦେଇଥିଲେ ସଞ୍ଜୁ ସାମ୍‌ସନ୍‌ । ଉଭୟ ପ୍ରାରମ୍ଭରୁ ଓ୍ବିକେଟ୍‌ ବଞ୍ଚାଇ ଖେଳିଥିଲେ ଏବଂ ପରେ ଆକ୍ରମଣ କରିଥିଲେ। ରାହାଣେ- ସାମସନ୍‌ 75 ବଲ୍‌ରୁ 119 ରନ୍‌ର ଭାଗିଦାରୀ କରିଥିଲେ। ରାହାଣେ 49 ବଲ୍‌ରୁ 4ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 70 ରନ୍‌ ସଂଗ୍ରହ କରିଥିବା ବେଳେ 16 ତମ ଓଭରରେ ଶାହବାଜ ନଦୀମଙ୍କ ଶିକାର ହୋଇଥିଲେ। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇ ଆସିଥିବା ଷ୍ଟାେକ୍ସ 9ଟି ବଲ୍‌ରୁ 3 ଚୌକା  ସହାୟତାରେ 16 ରନ୍‌ କରିଥିବା ବେଳେ ସାମ୍‌ସନ୍‌ଙ୍କ ସହିତ 64 ରନ୍‌ର ଭାଗିଦାରୀ କରିଥିଲେ। ସାମସନ୍‌ 55 ବଲ୍‌ରୁ102 ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସାମସନ୍‌ଙ୍କ ଇନିଂସରେ 10ଟି ଚୌକା ଏବଂ  4ଟି  ଛକ୍କା ଦେଖିବାକୁ ମିଳିଥିଲା। ସନରାଇଜର୍ସ ପକ୍ଷରୁ ରସିଦ୍‌ ଖାନ୍‌(4-0-24-1)ର ଫିଗର ହାସଲ କରିଥିଲେ।

199 ରନ୍‌ ଲକ୍ଷ୍ୟର ପିଛା କରୁଥିବବା ହାଇଦ୍ରାବାଦ ପକକ୍ଷରୁ ଓ୍ବାର୍ଣ୍ଣର(69) ଏବଂ ବେୟାର୍ଷ୍ଟୋ(45) ପ୍ରଥମ ଓ୍ବିକେଟ୍‌ରେ 110 ରନ୍‌ ଯୋଡିଥିଲେ। ଓ୍ବାର୍ଣ୍ଣର 37 ବଲ୍‌ରୁ 69 (9 ଚୌକା, 2 ଛକ୍କା) ରନ୍‌ ସଂଗ୍ରହ କରି ଷ୍ଟୋକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। 7 ରନ୍‌ ପରେ ଜନି ବେୟାର୍ଷ୍ଟା 45 ଙ୍କ ଓ୍ବିକେଟ୍‌ ହରାଇଥିଲା ସନ୍‌ରାଇଜର୍ସ। ଏହାପରେ ବିଜୟ ଶଙ୍କର 15 ବଲ୍‌ରୁ 35(1 ଚୌକା ଏବଂ 3 ଛକ୍କା) ର ବିସ୍ଫୋରକ ପାଳି ଖେଳି ଜଳର ବିଜୟ ସହଜ କରିଦେଇଥିୁଲେ। ବିଜୟ ପାଇଁ 31 ରନ୍‌ ଆବଶ୍ୟକ ଥିବାବେଳେ ୟୁସୁଫ୍‌ ପଠାନ୍‌(16) ଏବଂ ରଶିଦ୍‌ ଖାନ୍‌ (15) ଦଳକୁ ବିଜୟ ପ୍ରଦାନ କରିଥିଲେ । ରୟାଲ୍ସ ପକ୍ଷରୁ ସଫଳତମ ବୋଲର ଭାବରେ ଶ୍ରେୟସ୍‌ ଗୋପାଳ 4-0-27-3ର ଫିଗର ହାସଲ କରିିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ରଶିଦ୍‌ ଖାନ୍‌ଙ୍କୁ ମ୍ୟାନ୍‌ ଅଫ୍‌ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Related posts