
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ଯାହା ଫଳରେ ଶୀତ ପରିମାଣ ବଢିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୯ ଟି ସହର ରହିଛି।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୬, କୋରାପୁଟ ରେ ୮.୨, ସୁନ୍ଦରଗଡ଼ ଓ ଝାରସୁଗଡ଼ାରେ ୮.୫, ଭବାନୀପାଟଣାରେ ୯, କେନ୍ଦୁଝରରେ ୯.୮, ସୋନପୁରରେ ୯.୮, ବୌଦ୍ଧ ଓ ବାରିପଦାରେ ୧୦ ଡ଼ିଗ୍ରୀ ତାପମାତ୍ରା ରହିଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।