ହିସାର : ଆପଣମାନେ ଲେମ୍ବୁର ଆକାର ଦେଖିଥିବେ । ଗୋଟିଏ ଲେମ୍ବୁର ଓଜନ କେତେ ବା ହୋଇପାରେ । ଆପଣ କ’ଣ ଅଢେଇ କିଲୋ ଓଜନରରୁ ଅଧିକ ଲେମ୍ବୁ ଦେଖିଛନ୍ତି । ଦେଖିନଥିବେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିବା କଥାଟି ପୂରା ସତ୍ୟ । ହରିୟାଣାର ଏକ ଚାଷୀ ନିଜ ଜମିରୁ ଅଢେଇ କିଲୋରୁ ଉର୍ଦ୍ଧ୍ବ ଓଜନର ଲେମ୍ବୁ ଅମଳ କରିଛନ୍ତି ।
ହରିୟାଣାର ହିସାରର ମଣ୍ଡି ଆଦମପୁରର ଗ୍ରାମ କିଶାନଗଡରେ ରହଥିବା ଜଣେ ଚାଷୀ ବିଜେନ୍ଦ୍ର ଥୋରୀଙ୍କ କ୍ଷେତରେ ପ୍ରକୃତିର ଏକ ଅଜବ କରିସ୍ମା ଦେଖିବାକୁ ମିଳିଛି। ତାଙ୍କ କ୍ଷେତରେ ତରଭୁଜ ଆକାରର ଲେମ୍ବୁ ଫଳିଛି । ଏହି ଲେମ୍ବୁକୁ ଦେଖି ସାଧାରଣରେ ଲୋକେ ଚକିତ ହୋଇଥିବାବେଳେ ଏହି ଲେମ୍ବୁ ପାଇଁ ଚାଷୀ ଜଣକ ଗିନିଜ୍ ରେକର୍ଡ ପାଇଁ ଆବେଦନ କରିବେ ।
ମିଳିଥିବା ସୂଚନା ଅନୁସାରେ କିଶନଗଡର ଚାଷୀ ବିଜେନ୍ଦ୍ର ଥୋରୀଙ୍କ କ୍ଷେତର ଲେମ୍ବୁର ଆକାର 2.50 କିଲୋରୁ 3.50 କିଲୋ ପର୍ଯ୍ୟନ୍ତ ରହିଛି । ଏହି ଲେମ୍ବୁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । ଏତେବ ବଡ ଆକାରର ଲେମ୍ବୁକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେଉଛନ୍ତି । ଲେମ୍ବୁର ଆକାର ପାଇଁ ବିଜେତନ୍ଦ୍ର ଗିନିଜ୍ ବୁକ୍ ଅଫ୍ ଓ୍ବାଲ୍ଡ ରେକର୍ଡରେ ନିଜ ନାମ ରେକର୍ଡ କରାଇବା ପାଇଁ ଆବେଦନ କରିବେ ବୋଲି ଜଣାପଡିଛି ।
ବିଜେନ୍ଦ୍ର 7 ଏକର ଜମିରେ ପଞ୍ଜାବରୁ ଆଣିଥିବା କିନ୍ନୁର ଚାରା ଆଣିଥିଲେ । ଏହା ମଧ୍ୟରେ ସେ ମୌସୁମୀ, ଲେମ୍ବୁ ଓ ମାଲ୍ଟା ଆଦି ଚାରା ରୋପଣ ମଧ୍ୟ କରିଥିଲେ । ପ୍ରାକୃତିକ ଖତର ବ୍ୟବହାର କରି ସେ ଚାଷ କରୁଥିବାବେଳେ ଲେମ୍ବୁର ଆକାର ଅଢେଇ କିଲୋରୁ ଅଧିକ ରହୁଛି । ତେବେ ଏହି ଲେମ୍ବୁଗୁଡିକ କେଉଁ କିସମର ସେ ସମ୍ପର୍କରେ ବିଜେନ୍ଦ୍ର ଜାଣି ନାହାନ୍ତି । ତେବେ ଏହି ବଡ ଆକାରର ଲେମ୍ବୁ ଷ୍ଟୋନ୍ ରୋଗୀଙ୍କ ପାଇଁ ରାମବାଣ ଉପାୟ ସାବ୍ୟସ୍ତ୍ ହେଉଛି । ଏହି ଲେମ୍ବୁର ପାଣି ପିଇ ତାଙ୍କ ଗ୍ରାମରେ ବହୁ ଲୋକେ ଷ୍ଟୋନ ବେମାରୀରୁ ମୁକ୍ତି ପାଇଛନ୍ତି । ତେବେ ଲେମ୍ବୁର ଆକାର ସତରେ ଆଶ୍ଚର୍ଯ୍ୟନୀୟ । (ଏଜେନ୍ସି)