କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଲେ ସୁଟର ଭର୍ତ୍ତିକା ସିଂ

Published: Dec 27, 2020, 6:13 pm IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଆନ୍ତର୍ଜାତୀୟ ସୁଟର ଭର୍ତ୍ତିକା ସିଂ ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଭର୍ତ୍ତିକାଙ୍କୁ ଲାଞ୍ଚ ମାଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂ ତାଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଜାନୁଆରୀ ୨୧ ତାରିଖରେ ଏହି ମାମଲାର ଶୁଣାଣି  କରାଯିବ ନେଇ  ଦିନ ଧାର୍ଯ୍ୟ କରାଯାଇଛି ବୋଲି ବର୍ତ୍ତିକାଙ୍କ ଓକିଲ କହିଛନ୍ତି।

Related posts