ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଅଧିକାଂଶ ସ୍ଥାନରେ ଜାଡ ଅନୁଭୂତ ହେଉଛି । ଏପରିକି ରାଜ୍ୟର 6ଟି ସହରର ତାପମାତ୍ରା ଏବେ 10 ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ 5.5 ଡିଗ୍ରୀସହ ଫୁଲବାଣୀ ସହର ସବୁଠୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ସେହିପରି ଦାରିଙ୍ଗିବାଡିରେ 6.5 ଡିଗ୍ରୀ, ଭବାନୀପାଟଣାରେ 9.2 ଡିଗ୍ରୀ, ବାରିପଦାରେ 9.4 ଡିଗ୍ରୀ, ଝାରସୁଗୁଡାରେ 9.4 ଡିଗ୍ରୀ ଓ କୋରାପୁଟରେ 9.6ଡିଗ୍ରୀ ତାପମାତ୍ରା ରହିଥିବାର ସୂଚନା ରହିଛି । ସେହିପରି କଟକରେ 12 ଡିଗ୍ରୀ ଓ ଭୁବନେଶ୍ବରରେ 13.2 ଡିଗ୍ରୀ ତାପମାତ୍ରା ଥିବାର ରେକର୍ଡ ହୋଇଛି ।