ମହାନଦୀ ଜଳବିବାଦ ମାମଲା : ମେ ୧୧ ରେ ହେବ ପରବର୍ତ୍ତୀ ଶୁଣାଣି

Published: Mar 30, 2019, 2:25 pm IST
Mahanadi Tribunal To Hear Interim Petition Of Odisha Today

ମହାନଦୀ ଜଳବିବାଦର ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ହୋଇଛି । ପୁଣି ଥରେ ଆପୋସ ଆଲୋଚନାରେ ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୧୧ରେ ହେବ ।  ଏହା ପୂର୍ବରୁ ମଧ୍ୟ ଓଡିଶା ଏବଂ ଛତିଶଗଡ ମଧ୍ୟରେ ଆପୋସ ସମାଧାନ ପାଇଁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ  । ଉଭୟ ପକ୍ଷର ଆଡଭୋକେଟ୍ ଜେନେରାଲ ବୈଠକରେ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ବୈଠକରେ କଣ ସମାଧାନର ରାସ୍ତା ବାହାରିଛି ଏନେଇ ଟ୍ରିବ୍ୟୁନାଲକୁ ଆଜି ଉଭୟ ପକ୍ଷ କୋର୍ଟକୁ ଜଣାଇଥିଲେ ଏହା ପରେ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି  ।  ପ୍ରଥମ ଏବଂ ଦ୍ୱିତୀୟ ବୈଠକ ବିଫଳ ହୋଇଥିଲା । ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ଗତ ବୈଠକରେ ଅଣମୌସୁମୀ ସମୟରେ ଓଡିଶାକୁ କେତେ କ୍ୟୁସେକ ଜଳ ଛଡାଯିବ ତାକୁ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଜଳସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହାପରେ ଓଡିଶା ମଧ୍ୟବର୍ତୀକାଳିନ ଆବେଦନ କରିଥିଲା । ଅଧିକ ପାଣି ଛାଡିବାକୁ ଛତିଶଗଡ ନିକଟରେ ଦାବି ରଖିଥିଲା । କିନ୍ତୁ ଛତିଶଗଡ ରାଜି ହୋଇନଥିଲା । ତେବେ ପୁଣି ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts