ଭୁବନେଶ୍ବର : ବ୍ରିଟେନରୁ ଫେରିଥିବା 62ଜଣଙ୍କ କୌଣସି ପତ୍ତା ମିଳୁନି । ସେମାନେ ଫୋନ୍ ଉଠାଉନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ନଭେମ୍ବର 30ରୁ ଡିସେମ୍ବର 21 ମଧ୍ୟରେ 181 ଜଣ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ 119 ଜଣଙ୍କ ସନ୍ଧାନ ମିଳିଥିବାବେଳେ ଏହା ମଧ୍ୟରୁ 6ଜଣ ପଜିଟିଭ୍। ଭୁବନେଶ୍ୱର ଓ ଜଗତସିଂହପୁରରୁ 3ଜଣ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । 62 ଜଣ ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି । 62 ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କର କ୍ବାରେଣ୍ଟିନ୍ ସମୟ ସାରିଛି । ସେମାନଙ୍କ ଭିତରେ କେହି ପଜିଟିଭ୍ ମିଳିଥିଲେ ଜିନ୍ ସିକ୍ୟୁଏନ୍ସିଂ ହୋଇଥାନ୍ତା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ତେବେ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।