ଓ୍ବାୟାରଲେସ୍‌ ଚାର୍ଜିଂ ପ୍ରକଳ୍ପକୁ ବନ୍ଦ କଲା ଆପଲ୍‌

Published: Mar 30, 2019, 2:35 pm IST
apple cancle wirelss charger project

ଆମେରିକୀୟ ବୈଷୟିକ କମ୍ପାନୀ ଆପଲ୍‌ ଏହାର ଓ୍ବାୟାରଲେସ୍‌ ଚାର୍ଜିଂ ପ୍ରକଳ୍ପକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଓ୍ବାୟାରଲେସ୍‌ ଚାର୍ଜିଂ ମ୍ୟାଟ୍‌ ପ୍ରୋଜେକ୍ଟ ନାମକ ଏହି ପ୍ରକଳ୍ପ କମ୍ପାନୀ ଦ୍ବାରା ଧାର୍ଯ୍ୟ ମାନଦଣ୍ଡକୁ ଛୁଇଁବାରେ ସକ୍ଷମ ହୋଇନଥିବାରୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହା ସହିତ ଏହି ଚାର୍ଜରକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ଗ୍ରାହକଙ୍କ ନିକଟରୁ କ୍ଷମା ପ୍ରାର୍ଥନା କରିଛି ଆପଲ୍‌। ଚାର୍ଜିଂ ଭବିଷ୍ୟତ ଓ୍ବାୟାରଲେସ୍‌ ହୋଇଥିବା ବେଳେ କମ୍ପାନୀ ଭବିଷ୍ୟତରେ ଏହି ପ୍ରକଳ୍ପ ଉପରେ କାମ କରିବାକୁ ଚାହିଁବ ବୋଲି କମ୍ପାନୀ ପକ୍ଷରୁ ବରିଷ୍ଠ ଉପସଭାପତି ଡାନ୍‌ ରିକାର୍ଡୋ କହିଛନ୍ତି। ବୈଷୟିକ ତ୍ରୁଟି ଯୋଗୁଁ ଏଥିରେ ଚାର୍ଜ କରିବା ଦ୍ବାରା ଫୋନ୍‌ ଅଧିକ ଗରମ ହେଉଥିବାରୁ ୨୦୧୭ ସେପ୍ଟେମ୍ବରରେ ଘୋଷଣା କରାଯାଇଥିବା ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା। ନିକଟରେ ଆପଲ ଏହାର ଓ୍ବାୟାରଲେସ୍‌ ଇଅରପଡ୍‌କୁ ଲୋକେ ବହୁତ ପସନ୍ଦ କରିଥିବା ବେଳେ ଓ୍ବାୟାରଲେସ୍‌ ଚାର୍ଜିଂକୁ ଅପେକ୍ଷା କରିଥିଲେ।

Related posts