ଗ୍ବାଲିୟର : ଗୋବର ପାଇଁ 10ହଜାର ଟଙ୍କର ଜରିମାନା ଭରିବାକୁ ପଡିଛି । ଏଭଳି ଏକ ଘଟଣା ଗ୍ବାଲିୟରରେ ଘଟିଛି । ଗ୍ବାଲିୟରର ଜଣେ ମଈଁଷି ମାଲିକଙ୍କୁ 10 ହଜାର ଟଙ୍କାର ଜରିମାନା ଭରିବାକୁ ପଡିଲା । ମିଳିଥିବା ସୂଚନା ଅନୁସାରେ ଗ୍ବାଲିୟରର ସିରୋଲ ଅଞ୍ଚଳରେ ଡିବି ସିଟ୍ ରୋଡ୍ଟିକୁ ନବୀକରଣ କରାଯାଉଛି । ଏହି ସମୟରେ ନଗର ନିଗମ କମିଶନର କାର୍ଯ୍ୟ ତଦାରଖ ପାଇଁ ଯାଇଥିଲେ । ଊକ୍ତ ସମୟରେ ରାସ୍ତାରେ ମଈଁଷିଟି ମଳତ୍ୟାଗ କରିବାରୁ ଉକ୍ତ ମଈଁଷିର ମାଲିକଙ୍କୁ ଦଶହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଆଗାମୀ ଦିନରେ ସର୍ବସାଧାରଣ ରାସ୍ତାକୁ ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଭଳି ଦଣ୍ଡାଦେଶ କରାଯିବ ବୋଲି ଜୋନାଲ ଅଧିକାରୀ ସୂଚନା ଦେଇଛନ୍ତି।