ଭରୁଚ: ଗୁଜରାଟରେ ବିଜେପିକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ଲୋକସଭା ସାଂସ ମନସୁଖ ବସାୱା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଖୁବଶୀଘ୍ର ସେ ସଂସଦର ସଦସ୍ୟ ପଦରୁ ବି ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି। ମନସୁଖ ଜଣେ ଆଦିବାସୀ ନେତା ଭାବେ ବେଶ୍ ଲୋକପ୍ରିୟ । ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନର୍ମଦାର 121ଟି ଗାଁକୁ ଇକୋ ସେନସିଟିଭ ଜୋନ୍ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରି ସାଂସଦ ମନସୁଖ ବସାୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ।
ଭରୁଚରୁ ଛ’ ଥର ସାଂସଦ ରହିଥିବା ମନସୁଖ ଗୁଜୁରାଟର ବିଜେପି ଅଧ୍ୟକ୍ଷ ଆରସି ପାଟିଲ୍ ପତ୍ର ଲେଖିଛନ୍ତି । ଏହି ପତ୍ରରେ ନିଜ ଇସ୍ତଫା ସମ୍ପର୍କରେ ଉଲ୍ଲେଖ କରିବା ସହିତ ତାଙ୍କ ଭୁଲ୍ କାରଣରୁ ଦଳର ଛବି ଖରାପ ନ ହେଉ ବୋଲି କହିଛନ୍ତି ମନସୁଖ। ତାଙ୍କୁ କ୍ଷମା କରାଯାଉ ବୋଲି ସେ ଇସ୍ତଫା ପତ୍ରରେ ଲେଖିଛନ୍ତି ।