ନୂଆଦିଲ୍ଲୀ: କରୋନାର ନୂତନ ଷ୍ଟ୍ରେନ୍ ଆସିବା ହେତୁ ବ୍ରିଟେନକୁ ବିମାନ ଚଳାଚଳ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଆଗକୁ ବଢିପାରେ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛି। କରୋନାର ଏକ ନୂତନ ଷ୍ଟ୍ରେନ୍ ଉତ୍ପନ୍ନ ଯୋଗୁଁ ବ୍ରିଟେନକୁ ବିମାନ ଉଡ଼ାଣ ଧାର୍ଯ୍ୟ ଦିନଠାରୁ ଆଉ ଅଧିକ ଦିନ ପ୍ରତିବନ୍ଧକ ଲାଗିବା ନେଇ ସଂକେତ ଦେଇଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଯୋଗୁ ଭାରତ ସମେତ 50 ଟି ଦେଶ ଗତ ସପ୍ତାହରେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଭାରତ ମଧ୍ୟ 31 ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନ୍ରୁ ଭାରତ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଜାରି କରିଛି ।