Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ୨୦ ନୂଆ କରୋନା ଷ୍ଟ୍ରେନ୍‌, ଦୁଇ ବର୍ଷର ଶିଶୁଠାରେ ବି ମିଳିଲା ଲକ୍ଷଣ
ଆଜିର ଖବର

ଭାରତରେ ୨୦ ନୂଆ କରୋନା ଷ୍ଟ୍ରେନ୍‌, ଦୁଇ ବର୍ଷର ଶିଶୁଠାରେ ବି ମିଳିଲା ଲକ୍ଷଣ

December 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଦେଇଥିବା କରୋନାର ନୂତନ ଷ୍ଟ୍ରେନ ଭାରତରେ ଚିନ୍ତା ବଢାଇଲାଣି। ବିଗତ ଦୁଇ ଦିନ ମଧ୍ୟରେ ଭାରତରୁ ନୂତନ ଷ୍ଟ୍ରେନର ୨୦ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢାଇଛି। ଦେଶର ମେଟ୍ରୋ ପଲିଟାନ ସହର ମାନଙ୍କରେ ଏହି ଭାଇରସର ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି। ମଙ୍ଗଳବାର ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଆଉ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁକେ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂତନ ଷ୍ଟ୍ରେନ ଆକ୍ରାନ୍ତ ଭାରତରୁ ଚିହ୍ନଟ ହେଉଥିବା ବେଳେ ଏହା ଏବେ ଚିନ୍ତା ବଢାଇଛି।

ଉତ୍ତରପ୍ରଦେଶର ମେରଠଠାରେ ଏକ ଦୁଇ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ବ୍ରିଟେନ୍‌ରୁ ଫେରିଥିବା ଏହି ପରିବାର ଲୋକେ ମଧ୍ୟ କରୋନାରେ ସଂକ୍ରମିତ। ବ୍ରିଟେନ୍‌ରୁ ଫେରିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି। ତେବେ ମାତାପିତାଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିନାହିଁ।

ବିଗତ ଏକ ମାସ ମଧ୍ୟରେ ୟୁକେରୁ ୩୩ ହଜାର ଲୋକ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଏହି ଷ୍ଟ୍ରେନ ଆଗାମୀ ସମୟରେ ଭୟଙ୍କର ପରସ୍ଥିତି ସୃଷ୍ଟି କରିବାର ଆକଳନ କରାଯାଉଛି। ଦିଲ୍ଲୀରେ ସର୍ବାଧିକ ୮ ଜଣ ନୂତନ ଷ୍ଟ୍ରେନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବେଙ୍ଗାଲୁରୁରେ ୭ ଜଣ ନୂତନ ଷ୍ଟ୍ରେନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶକୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ କରୋନାର ଟିକା ଏହି ନୂତନ ଷ୍ଟ୍ରେନ ଉପରେ ପ୍ରଭାବୀ ହେବ ବୋଲି ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ ବିଜୟ ରାଘବନ ସୂଚନା ଦେଇଛନ୍ତି। (ଏଜେନ୍ସି)

coronanewstrain
Share. Facebook Twitter LinkedIn Email WhatsApp Copy Link

Related Posts

କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

December 19, 2025

ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ: ଫାଇନାଲରେ ହେବ ଭାରତ-ପାକିସ୍ତାନ ମହାଲଢେଇ

December 19, 2025

ଏକ ନୂତନ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଆଣିବ Ather: ଜାଣନ୍ତୁ କେବେ ଲଞ୍ଚ ହେବ?

December 19, 2025

ଖୋର୍ଦ୍ଧାରେ ଆଗାମୀ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ନିର୍ବାଚନ କମିଶନର

December 19, 2025
Latest News

କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

December 19, 2025

ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ: ଫାଇନାଲରେ ହେବ ଭାରତ-ପାକିସ୍ତାନ ମହାଲଢେଇ

December 19, 2025

ଏକ ନୂତନ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଆଣିବ Ather: ଜାଣନ୍ତୁ କେବେ ଲଞ୍ଚ ହେବ?

December 19, 2025

ଖୋର୍ଦ୍ଧାରେ ଆଗାମୀ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ନିର୍ବାଚନ କମିଶନର

December 19, 2025

କନଫରେନ୍ସ ମାଇଣ୍ଡ ଆୟୋଜିତ “ଦ ଜିରୋନ” – ଜିରୋ ନାଇଟ ସେଲିବ୍ରେସନ ୨୦୨୬

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.