ନୂଆଦିଲ୍ଲୀ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବା ପରେ ଏହାକୁ ନେଇ ଅଧିକ ସତର୍କତା ସୃଷ୍ଟି କରାଯାଉଛି। ଏହା ପୂର୍ବ କରୋନା ଭାଇରସ ତୁଳନାରେ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ ଠାବ ହେଲାଣି। ଏପର୍ଯ୍ୟନ୍ତ ଭାରତରେ 20 ବ୍ରିଟେନ୍ ଫେରନ୍ତାଙ୍କଠାର ନୂଆ ଷ୍ଟ୍ରେନ୍ ଠାବ ହୋଇଛି । କରୋନାର ନୂଆଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ସହ ବିମାନ ସେବାକୁ ବନ୍ଦ କରିଛନ୍ତି । ପୂର୍ବରୁ ଡିସେମ୍ବର 31 ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ଭାରତ ସରକାର ଏବେ ଏହାକୁ ଜାନୁଆରୀ 7 ଯାଏ ବୃଦ୍ଧି କରିଛନ୍ତି।