ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ 1 ତାରିଖରୁ ରାଜ୍ୟରେ ଟ୍ରାଫିକ୍ ନିୟମ ଆହୁରି କଡାକଡି ହେବ । ଦୁଇ ଚକିଆ ଯାନ ପାଇଁ ଡବଲ୍ ହେଲମେଟ୍କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଏକ୍ସଟ୍ରା ହେଲମେଟ୍ ନଥିଲେ ଲିଫ୍ଟ୍ ମାଗୁଥିବା ଲୋକଙ୍କୁ ଲିଫ୍ଟ୍ ଦିଆଯିବନି । ଏଭଳି କ୍ଷେତ୍ରରେ ଗାଡି ଚାଳକର ଲାଇସେନ୍ସ ବାତିଲ୍ ହେବ ବୋଲି ସୂଚନା ରହିଛି । ବିନା ହେଲମେଟରେ ଗାଡ଼ି ଚଲାଉଥିଲେ 1000 ଟଙ୍କା ଜରିମାନା ଦେବାକୁ ପଡ଼ିବ ଓ ତିନି ମାସ ଯାଏଁ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିୟମ ଜାରି କରାଯାଇଛି ।