ନୂଆଦିଲ୍ଲୀ : କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ବି ବ୍ୟାପିବାରେ ଆରମ୍ଭ କରିଛି । ଆଉ 5 ଜଣ ଭାରତୀୟଙ୍କଠାରେ ନୂଆ କରୋନା ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ପାଞ୍ଚଜଣଙ୍କ ମଧ୍ୟରେ ପୁଣେରୁ 4 ଓ ଆଇଜିଆଇବି ଦିଲ୍ଲୀରେ ଗୋଟିଏ ନମୁନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ ସୁଦ୍ଧା ଭାରତରେ 25ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ସମସ୍ତ 25 ଜଣ ଆଇସୋଲେସନରେ ଅଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ରଖାଯାଇଛି କଡ଼ା ନଜର । ନଭେମ୍ବର 25ରୁ ଡ଼ିସେମ୍ବର 23 ତାରିଖ ସୁଦ୍ଧା ବ୍ରିଟେନରୁ ପାଖାପାଖି 33 ହଜାର ଲୋକ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍ କରାଯାଇ ସେମାନଙ୍କ ସାମ୍ପୁଲ ଟେଷ୍ଟ କରାଯାଉଛି।