ଭୁବନେଶ୍ବର : କଟକ, ଭୁବନେଶ୍ବରରେ ଆଜି ଜାରି ହେବ 144 ଧାରା । ଜିରୋ ନାଇଟ୍ ଭିଡ ଏଡାଇବାକୁ 144 ଧାରା ଜାରି କରାଯାଉଛି । ପ୍ରେସମିଟ୍ରେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ରାତି 9ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି ପୋଲିସ୍ କମିଶନର। ରାତିରେ ନୂଆ ବର୍ଷ ଭୋଜି ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଆପାର୍ଟମେଣ୍ଟ, ରେସିଡେନ୍ସିଆଲ୍ ଏରିଆରେ ଭୋଜି ନ କରିବାକୁ ବାରଣ କରାଯାଇଛି। ଟୁଇନ୍ ସିଟିରେ 40 ପ୍ଲାଟୁନ୍ ଫୋର୍ସ ମୂତୟନ ହେବେ ବୋଲି କମିଶନର କହିଛନ୍ତି। ରାସ୍ତାରେ ବିଭିନ୍ନ ଜାଗାରେ ନାକା ଲଗାଯିବ। ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବା ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ।