ଭୁବନେଶ୍ୱର: ଆଜି ଲୋକସେବା ଭବନ ଆଗରେ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଲୋକସେବା ଭବନକୁ ପ୍ରବେଶ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା କର୍ମୀ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିବାକୁ ଯାଇଥିଲେ । ତେବେ କେବଳ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଆଉ ଦୁଇ ଜଣଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଥିଲା। ବିଜେପି ମହିଳା ମୋର୍ଚ୍ଚାର ଅନ୍ୟ ସଦସ୍ୟାମାନେ ଲୋକସେବା ଭବନକୁ ଯିବାକୁ ଉଦ୍ୟମ କଲାବେଳେ ପୁଲିସ ସହ ଧସ୍ତାଧସ୍ତା ହୋଇଥିଲା ।