ନୂଆଦିଲ୍ଲୀ : ଆସନ୍ତା 2 ତାରିଖର ଦେଶର ସବୁ ରାଜ୍ୟରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍ ଆରମ୍ଭ ହେବ । ପ୍ରତି ରାଜ୍ୟର ରାଜଧାନୀରେ ଏହି ପ୍ରକ୍ରିୟାରେ ଡମି ଟିକାକରଣ କରାଯିବ। ବୁଧବାର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଚାରୋଟି ରାଜ୍ୟରେ ଏହା ସଫଳ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଡ୍ରାଏ ରନ୍ କରିବାକୁ ଯୋଜନା କରିଛନ୍ତି । ପୂର୍ବରୁ ଡିସେମ୍ଵର 28 ଏବଂ 29ତାରିଖରେ 4ଟି ରାଜ୍ୟ ଆନ୍ଧପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ଡ୍ରାଏ ରନ୍ ଶେଷ ହୋଇଛି। ଏହି ଡ୍ରାଏ ରନ୍ ଫଳପ୍ରଦ ହୋଇଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।