ଭୁବନେଶ୍ବର : ଓଡ଼ିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ୍ କିଣ୍ଡୋଙ୍କ ପରଲୋକ। ରାଉରକେଲା ଆଇଜିଏଚ୍ରେ 84 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ରହିଥିଲା କିଣ୍ଡୋ ।1975ର ବିଶ୍ବକପ୍ ହକି ବିଜେତା ଭାରତୀୟ ଟିମ୍ର ସଦସ୍ୟ ଥିଲେ କିଣ୍ଡୋ । ଅର୍ଜୁନ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ ମାଇକେଲ କିଣ୍ଡୋ ।