ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ । ମେ’ 4ରୁ ଆରମ୍ଭ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା । ମାର୍ଚ୍ଚ 1ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଜୁନ୍ 10 ତାରିଖ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲଇ ସୂଚନା ରହିଛି ।