ଭୁବନେଶ୍ବର, ନୂଆବର୍ଷ 2021କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ନୂତନ ବର୍ଷ 2021 ଆପଣମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ନେଇ ଆସୁ। ସେ ତାଙ୍କ ଟୁଇଟରରେ ଏକ ଭିଡିଓ ମଧ୍ୟ ପକାଇଛନ୍ତି। ଯେଉଁଥିରେ ସେ ଲୋକମାନଙ୍କୁ ନିଜର ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି। ଶେଷରେ ନବୀନ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।