ନୂଆବର୍ଷରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ମହାପାତ୍ର

Published: Jan 1, 2021, 11:29 am IST

ଭୁବନେଶ୍ବର :ନୂଆ ବର୍ଷରେ ଓଡିଶାକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ  ଏହି ପଦବିରେ ରହିବେ। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ।  ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ପଦପଦବୀରେ ରହି ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କୁ ଆଜି ପ୍ରଶାସନିକ ମହଲରେ ସ୍ବାଗତ କରାଯାଇଛି।

Related posts