ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଯୋଗଦେବା ପରେ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ସେହି ହିସାବରେ ବରିଷ୍ଠ ଆଇଏଏସ ଅଫିସର ଭିନିଲକ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଖଣି ନିଗମର ଏମଡି, ଯୁବ ଓ କ୍ରୀଡା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।