ଭୁବନେଶ୍ବର: ରାଜ୍ୟରେ ଆଜି ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୮ ଜଣ ଚିହ୍ନଟ ହୋଇଥିବାବେଳେ ୧୦୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୪୫୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୭୬ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଆଜି ରାଜ୍ୟର ୨୨ ଟି ଜିଲ୍ଲାରୁ ମୋଟ୍ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୩୫ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୩୪ ଜଣ ଚିହ୍ନଟ, ଅନୁଗୁଳଜିଲ୍ଲା ରୁ ୩୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ବରଗଡ଼ ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲା ରୁ ୧ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩ ଜଣ, ବୌଦ୍ଧ ଜିଲ୍ଲା ରୁ ୩ ଜଣ, କଟକରୁ ୪ ଜଣ, ଦେଓଗଡରୁ ୪ ଜଣ, ଗଞ୍ଜାମରୁ ୩, ଜଗତସିଂପୁର ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୧୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୮ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ, ନୟାଗଡ ଜିଲ୍ଲା ରୁ ୧ ଜଣ, ନୂଆପଡ଼ା ଜିଲ୍ଲାରୁ ୨୩ ଜଣ, ପୁରୀ ଜିଲ୍ଲାରୁ ୧୨ଜଣ, ସୋନପୁର ଜିଲ୍ଲା ରୁ ୧ଜଣ ଏବଂ ଷ୍ଟେଟ ପୁଲ୍ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।