ଭୁବନେଶ୍ବର, ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସେହି ଅନୁସାରେ ଆସନ୍ତା 11 ତାରିଖରୁ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲେଜରେ କ୍ଲାସ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଛି। ସେହିପରି ପରୀକ୍ଷାଗୁଡିକ ମାର୍ଚ୍ଚ 16 ତାରିଖରୁ ଆରମ୍ଭ କରି 30 ତାରିଖ ମଧ୍ୟରେ ସାରିବା ପାଇଁ କୁହାଯାଇଛି। ଜାଣନ୍ତୁ କେତେବେଳେ କଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମ ଜାରି କରିଛି।