Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ସ୍କୁଲ ଛାତ୍ରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ ପ୍ରତ୍ୟାହାର ହେଉ: ଘରୋଇ ବିଦ୍ୟାଳୟ ମହାସଂଘ
ଆଜିର ଖବର

ସରକାରୀ ସ୍କୁଲ ଛାତ୍ରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ ପ୍ରତ୍ୟାହାର ହେଉ: ଘରୋଇ ବିଦ୍ୟାଳୟ ମହାସଂଘ

January 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ ଇଂଜିନିୟରିଂ, ମେଡ଼ିକାଲ୍ କଲେଜରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ନେଇ ନିଷ୍ପତ୍ତିକୁ ଘରୋଇ ବିଦ୍ୟାଳୟ ମହାସଂଘ ବିରୋଧ କରିଛି। ତୁରନ୍ତ ଏହାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ସଂଘ ଦାବି କରିବା ସହ ନଚେତ୍ ଆଗାମୀ ଦିନରେ ସଂଘ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଆଜି ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘର ବାର୍ଷିକ ଉତ୍ସବରେ କୁହାଯାଇଥିଲା।

ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ରଂଜନ କୁମାର ପୋଲାଇ, ଅରୁଣ କୁମାର ଷଡ଼ଙ୍ଗୀ, ଲକ୍ଷ୍ମଣ ରାଓ ଆଚାରୀ, ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ।

ବୈଠକରେ ରାଜ୍ୟ ସଭାପତି କହିଥିଲେ ସରକାରଙ୍କ ଏହି ନିଷ୍ପତ୍ତି ଅସମ୍ବିଧାନିକ। ଛାତ୍ରଛାତ୍ରୀମାନେ କେଉଁଠି ପଢ଼ିବେ ଓ କିପରି ପଢ଼ିବେ ସେହି ନିଷ୍ପତ୍ତି ଅଭିଭାବକ ଉପରେ ଛାଡ଼ିବା ଉଚିତ। ସରକାର ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କଲେ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବ।

ତେଣୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂଘ ଦାବି କରିଛି। ରାଜ୍ୟ ମହାସଂଘର ସଂପାଦକ ଆମ୍ରେଶ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବାବେଳେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ବେହେରା, ପ୍ରଜ୍ଞା ଭାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସ୍କୁଲ ସଂପାଦିକା ଅନିତା କୁମାରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025
Latest News

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025

ଆଜି ଅକ୍ଟୋବର ଚାରି ତାରିଖ ଶନିବାରରେ ଏହି ତିନୋଟି ରାଶିର ଭାଗ୍ୟ ଫିଟିଲା…

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.