ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଡ. ତିରୁପତି ପାଣିଗ୍ରାହୀ, ଏସ୍ ଗଜପତି ରାଓ, ବି. ବାଲରାକୁ, ଟି ନାଗେଶ୍ୱର ରାଓ, ଡି.ଭି. ରାଜୁ, ଏମ କ୍ରିଷ୍ଣା ରାଓ, ଏସ ବାଲରାଳୁ, ଏସ୍ ଜୟମୋହନ ରାଓ, କ୍ରିଷ୍ଣା କୁମାର ବେହେରା।
ସେହିପରି କାଶି ନଗର ବ୍ଲକର ନେତୃବୃନ୍ଦ ଜି. ତିରୁପତି ରାଓ, ଅଖୀଳ କୁମାର ପାତ୍ର, କେ.ସି. ଏଚ.ଡୋରା, ଏନ୍ ଜୀବରତ୍ନ, କେ ରାମାରାଓ ଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଏହି ନିଳମ୍ବନକୁ ପ୍ରତ୍ୟାହାର କରିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ଏମାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଳମ୍ବନ କରାଯାଇଥିଲା।