ଖୁବ ଶିଘ୍ର ଆସିବ କାଡିଲା ହେଲଥ୍ କେୟାରର କରୋନା ଟିକା ‘ଏନ୍.କଭ୍ ଭ୍ୟାକ୍ସିନ’

Published: Jan 4, 2021, 7:40 am IST

ନୂଆଦିଲ୍ଲୀ,ବର୍ତ୍ତମାନ ଦୁଇଟି ସଂସ୍ଥାର ଟିକାକୁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ ଜରୁରୀ ବ୍ୟବହାର କରିବାକୁ ଅନୁମତି ଦେଇଛି। ହେଲେ ଏହାପରେ ପୁଣି ଆଉ ଏକ ସଂସ୍ଥାର ଟିକାକୁ ମଧ୍ୟ ଅନୁମତି ମିଳିବାର ସମ୍ଭାବନା ଦେଖାଦେଇଛି। ତାହା ହେଉଛି କାଡିଲା ହେଲ୍‍ଥ କେୟାର ସଂସ୍ଥାର ଏନ୍‍-କଭ୍‍ ଭ୍ୟାକ୍ସିନ । ଡିଏନ୍‍ଏ ପ୍ଲାଟଫର୍ମ ଟେକ୍‍ନୋଲଜି ବ୍ୟବହାର କରି କାଡିଲା ଏହି ନଭେଲ କରୋନା ଟିକା ବିକଶିତ କରିଛି । ଫାର୍ମ ପକ୍ଷରୁ ଦେଶରେ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗ ୧ ହଜାରରୁ ଅଧିକ ଲୋକଙ୍କ ଉପରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସେହି ପରୀକ୍ଷା କାର୍ଯ୍ୟ ଚାଲିଛି ।

ଏହି କ୍ଲିନିକାଲ ଟ୍ରାଏଲରୁ ମିଳିଥିବା ଅନ୍ତରୀଣ ଡାଟାରୁ ଜଣାପଡିଛି ଯେ ଏହି ଟିକା ନିରାପଦ ଏବଂ ଏହାର ରୋଗ ନିରୋଧକ ଶକ୍ତି ଭଲ। ଏହି ଟିକାକୁ ଇଂଜେକ୍ସନ ଆକାରରେ ନିୟମିତ ବ୍ୟବଧାନରେ ୩ ଥର ନେବାକୁ ପଡିବ। ଏହି  ସଂସ୍ଥା ପକ୍ଷରୁ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ  କରାଯାଇଛି । ଏଥିରେ ୨୬୦୦୦ ଭାରତୀୟଙ୍କୁ ପରୀକ୍ଷା ମୂଳକ ଭାବେ ଏହି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ସେହି ପରୀକ୍ଷାକୁ ଅବ୍ୟାହତ ରଖିବାକୁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ ବିଶେଷଜ୍ଞ କମିଟି ମଧ୍ୟ ସୁପାରିସ କରିଛି।

Related posts