
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୫ କୁ ବୃଦ୍ଧି ହୋଇଛି।
ମୃତକଙ୍କ ମଧ୍ୟରେ ବାଲେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵରରୁ ଜଣେ ୫୨ ବର୍ଷିୟ ପୁରୁଷଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ ସୁନ୍ଦରଗଡରୁ ଜଣେ ୩୭ ବର୍ଷୀୟ ପୁରୁଷଙ୍କ ପ୍ରାଣହାନୀ ଘଟିଛି।