ରାଉରକେଲା: ମଦ ଜବତ କରିବାକୁ ଯାଇଥିବା ଫାଣ୍ଡି ଅଧିକାରୀଙ୍କ ଉପରକୁ ତୀର ମାଡ଼ ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ତୀର ମାଡରେ ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଟେନ୍ସା ଅଞ୍ଚଳରେ ଚୋରା ମଦ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ଖବର ପାଇଁ ଫାଣ୍ଡି ଅଧିକାରୀ ଚୋରା ମଦ ଚଢାଉ ପାଇଁ ଆଜି ସନ୍ଧ୍ୟା ପ୍ରାୟ ସାଢେ ୪ଟାରେ ଉକ୍ତ ଅଞ୍ଚଳକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କ ଉପରକୁ ମଦ ମାଫିଆମାନେ ତୀର ମାଡ଼ କରିଥିଲେ। ଏହି ତୀର ଅଶୋକଙ୍କ ପିଠିରେ ଗଳି ଯିବାରୁ ସେ ଅଚେତ ହୋଇ ଘଟଣାସ୍ଥଳରେ ପଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ୮୦ କିମି ଦୂର ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ।