ବଡ ଖବର, ଗତକାଲି ରାଜ୍ୟରେ କୌଣସି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନାହିଁ

Published: Jan 6, 2021, 1:25 pm IST

ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଖବର। କାରଣ ହେଲା ଗତକାଲି ଅର୍ଥାତ 5 ତାରିଖରେ କୌଣସି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନାହିଁ। ଅର୍ଥାତ ମୃତ୍ୟୁ ସଂଖ୍ୟା ଶୂନ। ଆଜି ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚାନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ବିଗତ ଛଅ ମାସ ଧରି ରାଜ୍ୟରେ କୋଭିଡ ଭୂତାଣୁ ଅସ୍ତବ୍ୟସ୍ତ କରିପକାଇଥିଲା। ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ସରକାରଙ୍କ ସଠିକ କୋଭିଡ ପରିଚାଳନା ପାଇଁ ଆଜି ମୃତ୍ୟୁ ସଂଖ୍ୟା ଶୂନରେ ପହଁଚିଛି।

Related posts