Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା: ତଦନ୍ତ ଦାବୀରେ ଧାରଣାରେ ଚାଷୀ
ଆଜିର ଖବର

କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା: ତଦନ୍ତ ଦାବୀରେ ଧାରଣାରେ ଚାଷୀ

January 6, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ କିଣା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ସଂପର୍କରେ ବ୍ୟାପକ ଅଭିଯୋଗ ହୋଇଆସୁଛି। ସେସବୁ ଅନିୟମିତତା ମଧ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା ଅଭିଯୋଗ।

ପ୍ରାପ୍ତ ସୂଚନା ଅନୁସାରେ କାଶୀବାହାଲ ଧାନମଣ୍ଡିରେ ଧାନ କିଣିବାକୁ ସେଠାକାର ସ୍ୱୟଂ ସହାୟିକା ଦଳ ମାଁ ମଙ୍ଗଳାଦେବୀ ଏସଏଚଜି କୋଡ ନଂ. ଏସ୨୧୫୦୯୦୧ କୁ ଦାୟୀତ୍ୱ ଦିଆଯାଇଛି। ଚାଷି ମାନେ ନିର୍ଦ୍ଧାରିତ ଫର୍ମରେ ଚାଷୀ ପଂଜିକରଣ ପାଇଁ ଆବେଦନ କରି ଧାନ ବିକିବା ପାଇଁ ପଂଜୀକରଣ କରିଥାନ୍ତି। ହେଲେ ଏହି ଏସଏଚଜିରେ ସଂପାଦିକା ଙ୍କ ପୁଅ କିଶୋର ନାଏକ ହିଁ ଡାଟା ଏଂଟ୍ରୀ ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ବିଗତ ମଣ୍ଡି ସମୟର ଅଭିଜ୍ଞତା କୁ ନେଇ ଚାଷୀ ପଂଜୀକରଣରେ ଚଂଚକତା କରିଥିବା ଅଭିଯୋଗ ହୋଇଛି। ଯେଉଁ ଜମିରେ ଚାଷ ହୁଏ ନାହିଁ ସେହି ଜମିର ରାଜସ୍ୱ ନିଜେ ପଇଠ କରିଦେଇ ଅନ୍ୟ ଚାଷି ମାନଙ୍କର ଜମିକୁ ନିଜ ସଂପର୍କୀୟ ମାନଙ୍କ ନାମରେ ଦର୍ଶାଇ ଦେଇ ଚାଷୀ ପଂଜୀକରଣ କରି ଟୋକନ ବାହାର କରି ଧାନ ବିକୁଥିବାର ଅଭିଯୋଗ ହୋଇଛି। ଯେଉଁ ଚାଷୀଙ୍କ ଜମିରେ ଧାନ ବିକୁଥିବାର ଟୋକନ ବାହାରିଛି ସେହି ଜମି ମାଲିକ ମାନେ ମଧ୍ୟ ଜାଣି ପାରିନଥିବା ବେଳେ କିପରି ଧାନ ବିକ୍ରୀ ହୋଇଛି ବୋଲି ସଂପୃକ୍ତ ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି।

ଚାଷୀ ମାନଙ୍କର ଅଭିଯୋଗ ଅନୁସାରେ ଡୋକରୀ ଠାକୁରାଣିଙ୍କ ପୁଅ, ରାମନାଥ ଓଗେର ଙ୍କ ଭାଇ, ବୀରବଳ ମାଳିଙ୍କ ପୁଅ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ଗୌରୀ ନାଏକ ସ୍ୱାମୀ ଧର୍ମୂ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି। ସେହିପରି ଡୋକରୀ ଠାକୁରାଣିଙ୍କ ପୁଅ,ରବିନ୍ଦ୍ର ଲୋହୋରାଙ୍କ ଭାଇ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ହୃଷିକେଶ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି। ଏପରିକି ବରଜୁ ମାଳିଙ୍କ ନାତି, ଡୋକରୀ ଠାକୁରାଣିଙ୍କ ଭାଇ ବୋଲି ଦର୍ଶାଇ ସେମାନଙ୍କ ଜମିକୁ କିଶୋର ନାଏକଙ୍କ ନାମରେ ଏବଂ ଗୁଣବନ୍ତ ଗଉଡ ଙ୍କ ପୁତୁରା, ରାମବାଇ ସତନାମୀଙ୍କ ପୁଅ,ସମରଥ ଗଉଡଙ୍କ ପୁଅ, ସୁଶାନ୍ତ କୁମାର ସତନାମୀଙ୍କ ପୁତୁରା, ଗଜାନନ ଚଣ୍ଡୀଙ୍କ ପୁଅ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ରାଜେଶ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି।

ସେହିପରି ଟୁନୁ ସତନାମୀଙ୍କ ପୁଅ, ରତ୍ନାକର ସତନାମୀଙ୍କ ପୁଅ, ଜୟା ଶବରଙ୍କ ପୁଅ, ଅମ୍ବିକା ନାଏକଙ୍କ ପୁଅ, ଭୁରୁଲି ଶବରଙ୍କ ପୁତୁରା, ଶ୍ରୀଜଗନ୍ନାଥଙ୍କ ପୁଅ, ଜନେକ ଚଣ୍ଡିଙ୍କ ପୁତୁରା, ଚକ୍ରଧର ନାଏକଙ୍କ ପୁଅ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ଋଷଭ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି। ସେହିପରି ଡମ୍ବରୁ ଗଉଡଙ୍କ ବୋହୁ ବୋଲି ଦର୍ଶାଇ ସଂପୃକ୍ତ ଏସଏଚଜି ସଂପାଦିକା ଶୈଳ ନାଏକ ସ୍ୱାମୀ ବିକ୍ରମ ନାଏକ ଚାଷି କୋର୍ଡ ନଂ. ଏଫ୧୫୦୯୦୦୦୫୮୦ ରେ ଦର୍ଶାଇ ଦିଆଯାଇ ଟୋକନ ଇସ୍ୟୁ କରାଯାଇ ଧାନ ବିକିଥିବାର ଜଣାପଡିଛି। ସେହିପରି ଧରଣୀ ଭତରା ଙ୍କ ଝୀଅ, ପଂଚୁ କଟାଙ୍କ ଭାଇ, ଭଗବାନ ଗଉଡଙ୍କ ଝୀଅ, ମହେଶ୍ୱର ନାଏକଙ୍କ ଝୀଅ, ରାଜୁ କନ୍ଧଙ୍କ ଭାଇ ସଦାନନ୍ଦ ମାଳିଙ୍କ ଝୀଅ ବୋଲି ଦର୍ଶାଇ ସୁକାନ୍ତୀ ନାଏସ୍ପିତା ଭରତ ନାଏକ ଙ୍କ ନାମରେ ଚାଷି ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇ ଧାନ ବିକୁଥିବା ଜଣାପଡିଛି। ସେହିପରି ଗୋବର୍ଦ୍ଧନ ଲହଜଲ ଙ୍କ ଝୀଆରୀ, ଘାସିରାମ ଚଣ୍ଢୀଙ୍କ ଝୀଆରୀ,ବୈଶାଖୁ ମାଝୀଙ୍କ ଝୀଅ, ଭକ୍ତ ଡମ୍ବ ଙ୍କ ଝୀଅ, ଭଦ୍ର ମାଝୀଙ୍କ ଝୀଅ, ହାଡୁ ଶବରଙ୍କ ଝୀଆରୀ ବୋଲି ଦର୍ଶାଇ ହରିପ୍ରୀୟା ଚଣ୍ଡୀ ପିତା ରବି ଚଣ୍ଡୀ ଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଧାନ ବିକୁଥିବାର ଯୋଜନା କରାଯାଇଛି।

ଏଭଳି ଭାବେ ଅନ୍ୟ ଚାଷୀ ମାନଙ୍କ ଅଜାଣତରେ ସେମାନଙ୍କ ଚାଷ ଜମି କୁ ସେମାନଙ୍କ ଝୀଅ/ପୁଅ/ପୁତୁରା/ଝୀଆରୀ ବୋଲି ଦର୍ଶାଇ ନିଜ ସଂପର୍କୀୟ ମାନଙ୍କ ନାମରେ ଚାଷୀ ପଂଜୀକରଣ କରି ଧାନ ବିକିବାର କାଗଜାତ ପ୍ରସ୍ତୃତ କରାଯାଉଥିବା ଅଭିଯୋଗ ହୋଇଛି।

ଚାଷୀ ମାନଙ୍କ ଅଭିଯୋଗକ୍ରମେ କୋକସରା ତହସିଲଦାର ଘଟଣାସ୍ଥଳକୁ ଆସି ଏକ ଦଶଜଣିଆ କମିଟୀ ଗଠନ କରାଯାଇ ତନଖି କରାଯାଇ ଧାନ ଉଠାଣ କରିବାକୁ ବ୍ୟବସ୍ଥା କରିଥିବା ଜଣାପଡିଛି। ସଂପୃକ୍ତ ଚାଷୀଙ୍କ ଅଜାଣତରେ ଏଭଲି ଚାଷୀ ପଂଜୀକରଣ ଏବଂ ଚାଷ କରାଯାଇନଥିବା ଜମିରୁ କିପରି ଧାନ ବିକ୍ରୀ ହେବ ସେନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସେସଂପର୍କରେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷୀ ମହଲରେ ଦାବୀ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.