ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବା ପାଇଁ ଏକ ପ୍ରସ୍ତୁତି କରାଯାଇଛି। ସେଥିପାଇଁ ଭୁବନେଶ୍ବରରେ ଏକେ47 ଏବଂ ଆଟମୋଟିକ ପିସ୍ତଲ ପହଁଞ୍ଚିଗଲାଣି। ବର୍ତ୍ତମାନ ସେମାନେ ସୁଯୋଗକୁ ଅପେକ୍ଷା କରିଛନ୍ତି। ଏହିପରି ଏକ ଧମକପୂର୍ଣ୍ଣ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।
ଏହି ଚିଠି ପାଇବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ଗୃହ ବିଭାଗ ତରଫରୁ ଏ ନେଇ ଖୋଳତାଡ କରାଯାଉଛି। ଏହା ଏକ ଫେକ ଚିଠି ବୋଲି ଜଣାପଡିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତର ସହ ନେଇଛି। ଏପରି ଚିଠି କିଏ ସେ ପଠାଇଛି, କେଉଁଠାରୁ ଆସିଛି ସେ ନେଇ ଚାଲିଛି ତନାଘନା।